ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣଙ୍କ ଆବାହକତ୍ୱ ଏବଂ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟା ୬ ଟାରେ ଜନଜାତୀୟ ଗୌରବ ଦିବସ ଏବଂ ସହିଦ ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଏବଂ ସହିଦ ବିର୍ସା ମୁଣ୍ଡା ଜୟନ୍ତୀ ଦେବଗଡ଼ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ସରସ ସୁନ୍ଦର ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।