କେନ୍ଦୁଝର ଜିଲାରେ ଧାନ କିଣାର ଶୁଭାରମ୍ଭ ପୂର୍ବରୁ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଆଜି ଦିନ ଗୋଟାଏ ବେଳେ ମରୈଗାଁ ସମବାୟ ସମିତି ଓ ଶଢା ସମବାୟ ସମିତି ପରିଦର୍ଶନ କରି ଗୋଦାମ ଗୃହ ଓ ଅନ୍ୟାନ୍ୟ ଧାନ କିଣାଯିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ଓ ହାଟଡିହି ତହସିଲଦାର ଶିବବ୍ରତ୍ର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।