#ମେଡିକାଲ_କଲେଜ_ଘୋଷଣା_ହେଲେ_ରୋଗୀଙ୍କୁ_ମିଳୁନି_ସୁବିଧା: ଅବ୍ୟବସ୍ଥା_ଘେରରେ_ଢେଙ୍କାନାଳ_ମେଡିକାଲ
ଢେଙ୍କାନାଳ ସଦର : ମେଡିକାଲ କଲେଜ ଘୋଷଣା ହୋଇଛି ସତ,ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମୌଳିକ ସୁବିଧା ମିଳୁନି। ଅଚଳ ପଙ୍ଖା,ଅନ୍ଧାର ୱାର୍ଡ,ଭଙ୍ଗା ବେଡସାଇଡ୍ ଲକର ଓ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଷ ଓ ମହିଳା ଭେଷଜ ୱାର୍ଡରେ ଟ୍ୟୁବଲାଇଟ୍ ଜଳୁନି,ଖୋଲା ପ୍ଲଗ୍ ପଏଣ୍ଟ ବିପଦ ସୃଷ୍ଟି କରୁଛି। ଫାୟାର ଆଲାର୍ମ ଆପେ ବାଜି ଆପେ ବନ୍ଦ ହେଉଛି। ଆଉଟଡୋର ହେଲ୍ପ ଡେସ୍କ ନିକଟରେ ଦୁଇଟି ପଙ୍ଖା ଦୀର୍ଘଦିନ ହେଲା ଅଚଳ। ଚତୁର୍ଥ ମହଲାରେ ଥିବା ବରିଷ୍ଠ ନାଗରିକଙ୍କୁ ଔଷଧ ଓ ଖାଦ୍ୟ ପାଇଁ ତଳକୁ ଆସିବାକୁ ପଡୁଛି। ସବୁଠୁ ଚିନ୍ତାର ବିଷୟ, ୱେଟିଂ ହଲରେ ଦୂରରୁ ଆସିଥିବା ରୋଗୀ ଭୋକ ଉପାସରେ ପଡି ରହୁଛନ୍ତି। ଗଁଦିଆ ବ୍ଲକ୍ ଗୁଣ୍ଡୁରାପଶି ଗାଁର ୭୦ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧ ଡାକ୍ତର ଦେଖାଇ ଘରକୁ ଫେରି ନପାରି ଭୋକରେ ପଡି ରହିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇଁ ଦିଆଯାଇଥିବା ନମ୍ବର ୮୨୬୦୩୨୨୯୨୬ ରେ ଫୋନ୍ ରିଙ୍ଗ୍ ହେଲେ ବି କେହି ଉଠାଉ ନାହାନ୍ତି ବୋଲି ଅଭିଯୋଗ। ଏହି ଅବ୍ୟବସ୍ଥା ଦେଖି ଆଜି ଆମ