ବାରିପଦା ସହର ପୁଣି ବେଆଇନ ବିଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟସ୍ଥ କଲ୍ୟାଣି ଫାଷ୍ଟଫୁଡ଼ ମାଲିକ ବାଦୁନୁ। ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଢାବା ଏବଂ ଫାଷ୍ଟଫୁଡ଼ ଦୋକାନ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ଟାଉନ ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ବରେ ସୋମବାର ବେଆଇନ ମଦ କାରବାରକୁ ରୋକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।