ତଲସରା: ଜରଙ୍ଗଲୋଇ ଗ୍ରାମ ରେ ମହିଳା ଙ୍କୁ ଦୁର୍ବ୍ୟବହାର କଲେ ବଙ୍ଗାଳୀ ମିସ୍ତ୍ରୀ ଥାନା ରେ ଅଭିଯୋଗ
ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମର ଜଣେ ମହିଳା ଙ୍କୁ ଶୁକ୍ରବାର ରାତି ୮ ଟାରେ ନିର୍ଦ୍ଧିଷ୍ଟ ସମୁଦାୟ ର ତିନି ଜଣ ବଙ୍ଗାଳୀ ମିସ୍ତ୍ରୀ ଅଭଦ୍ର ଆଚରଣ ପ୍ରଦର୍ଶନ କରିବା ଓ ଏହାକୁ ତାଙ୍କ ସ୍ଵାମୀ ବିରୋଧ କରିବାରୁ ମାଡ଼ ମାରିବା ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଏହି ଗ୍ରାମ ରେ ଜଣେ ବ୍ୟକ୍ତି ଙ୍କ ନିର୍ମାଣ କାମ ରେ ନିୟୋଜିତ ତିନି ଜଣ ବଙ୍ଗାଳୀ ମିସ୍ତ୍ରୀ ଶୁକ୍ରବାର ରାତି ଆଠ ଟା ରେ ଜଣେ ମହିଳା ଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ଅଚିହ୍ନା ବ୍ୟକ୍ତି ହୋଇଥିବାରୁ ମହିଳା ଜଣକ ନମ୍ୱର୍ ନଦେଇ ବିରୋଧ କରିବାରୁ ଅଭଦ୍ର ଆଚରଣ ପ୍ରଦର୍ଶନ କରିଥିଲେ।