ତଲସରା: ଦୁର୍ଘଟଣାରେ ଭାଙ୍ଗିଥିବା ଡ୍ରେନ ରେ ଖସିପଡ଼ି ମହିମା ଙ୍କର ଗୋଡ ଭାଙ୍ଗିଲା
ଗତକାଲି ବିଳମ୍ବିତ ରାତିରେ ବଡ଼ଗାଁ ବସଷ୍ଟାଣ୍ଡ ଗୋଲେଇ ଛକରେ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଗାଡ଼ି ଓଲଟି ପଡିଥିଲା ଯାହା ଫଳରେ ରାସ୍ତା କଡ଼ରେ ରହିଥିବା ଏକ ଦୋକାନ ଭାଙ୍ଗିବା ସହ ରାସ୍ତା କଡ଼ରେ ରହିଥିବା ଡ୍ରେନ ଭାଙ୍ଗି ଯାଇଥଲା। ତେବେ ଏହି ଡ୍ରେନ ରେ ଖସିପଡ଼ି ଆଜି ବଡ଼ଗାଁ ବସ୍ତି ର ବାସିନ୍ଦା ରୁକ୍ମିଣୀ ସା ଙ୍କର ଗୋଡ ଭାଙ୍ଗିଛି। ତାଙ୍କୁ ବଡ଼ଗାଁ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସାପରେ ସୁନ୍ଦରଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।