କୋରାପୁଟ ଜିଲ୍ଲା ନନ୍ଦପୁର ସୁବୁଲାର ବ୍ରିଜ୍ ଖାତକୁ ଖସିଲା କାର।
ନିର୍ମାଣ ସ୍ଥଳରେ ଢିଲା ସୁରକ୍ଷା ବ୍ୟବସ୍ଥା
ପୂର୍ତ୍ତ ବିଭାଗର ଖାମ ଖିଆଲି ନୀତି।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜ୍ୟ ରାଜପଥର ସୁବୁଲାର ନିକଟରେ ପୂର୍ତ୍ତ ବିଭାଗ (ଆରଆଣ୍ଡବି) ତରଫରୁ ନିର୍ମାଣ କରାଯାଉଥିବା ପୋଲ ନିର୍ମାଣ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ବାରମ୍ବାର ଦୁର୍ଘଟଣାର କାରଣ ସାଜୁଛି। ଦୁଇ ପାର୍ଶ୍ୱରେ ନିର୍ମାଣ ସମ୍ପର୍କିତ ଓ ଡାଇଭର୍ସନ ଥିବା ସୂଚନା ଫଳକ ନାହିଁ। ସୁରକ୍ଷା ସୂଚକ ନାଲି ଫିତା ଓ ହମ୍ପସ ନିର୍ମାଣ ହୋଇନି। ନିର୍ମାଣ ସ୍ଥଳ ଆଲୋକୀ କରଣ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ରାତ୍ରିରେ ନିର୍ମାଣ ସମ୍ପର୍କରେ ଜାଣି ନପାରି ଗାଡ଼ି ମୋଟର ଖୋଳା ଯାଇଥିବା ଖାତ ଭିତରକୁ ଖସି ପଡୁଛନ୍ତି। ଯଦ୍ୱାରା ଧନ ଜୀବନ ନଷ୍ଟ ହେଉଛି।