ଆଜି ଫେବୃଆରି 19 ତାରିଖ ମଧ୍ୟାହ୍ନ 12:30 ପାଖାପାଖି ସମୟରେ ଲେଫ୍ରିପଡ଼ା ପୋଲିସକୁ ସୂଚନା ମିଳିଥିଲା। କେହି ଜଣେ ସ୍କୁଟି ଧକ୍କାରେ ଦୁଇ ଜଣ ମରି ପଡିଥିବା ନେଇ ଲେଫ୍ରି ପଡ଼ା ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ଲେଫ୍ରିପଡ଼ା ପୋଲିସ ମୃତକଙ୍କ ଶବକୁ ଜବତ କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ଏମାନେ ପାହାଡ ଉପରେ ଯାଇଥିବା ରାସ୍ତାର ବୁଲାଣି ନିକଟରେ ଭାରସାମ୍ୟ ହରାଇ ପାହାଡ଼ ତଳକୁ ପଡ଼ି ମୃତ୍ୟୁ ବରଣ କରିଥିବା କଥା ପୋଲିସ ତାଙ୍କ ତଦନ୍ତରେ କହିଛନ୍ତି। ତେବେ ଗାଡ଼ି ନମ୍ୱରରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ମୃତକ ଶ୍ୟାମ ସାଗର କେରକେଟାଙ୍କ ଭାଇ