ସତ୍ୟବାଦୀ: ବିଜେଡିର ସଭ୍ୟସଂଗ୍ରହ ଅଭିଯାନ କର୍ମଶାଳା ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷ
ସତ୍ୟବାଦୀ ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ସ୍ଥାନୀୟ ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅପରାହ୍ନ ଚାରିଟା ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଉମା ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତ ରାୟ, ଆତ୍ମା ଅଧ୍ୟକ୍ଷ ମହମଦ ଜିକିରିୟା,, ବ୍ଲକ ବିଜେଡି ସଭାପତି ପ୍ରମୋଦ ରାୟ, ଯୁବ ସଭାପତି ଶରତ ରାଉତ ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ବ୍ଲକ୍ ଅଧ୍ୟକ୍ଷ ସୁନିଲ ପଣ୍ଡା ଘଟଣା ସ୍ଥଳରେ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ।