ବଲାଙ୍ଗୀର: କରଲା ମୁଣ୍ଡା ଗାଁ ନିକଟରେ ଥିବା ରେଳ ଧାରଣା ରୁ ଜଣେ ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର
ଅଞ୍ଚଳବାସୀ ରେଳ ଲାଇନ ଧାରରେ ଜଣେ ବ୍ୟକ୍ତିଙ୍କ ଶବ ପଡ଼ିଥିବା ଦେଖି ତତ୍କ୍ଷଣାତ୍ ରେଳ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ରେଳ ପୋଲିସ ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଆବଶ୍ୟକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି। ଶବକୁ ରାତି ୧୦ଟା ୩୦ମିନିଟ ସମୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ମହାବିଦ୍ୟାଳୟ ଓ ହସ୍ପିଟାଲର ବ୍ୟବଛେଦ କେନ୍ଦ୍ରକୁ ପଠାଯାଇଛି।