ଗଞ୍ଜାମ ଜିଲ୍ଲା ଆସିକା ସହର ସ୍ଥିତ ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ଅଗ୍ନିଶମ ବାହିନୀ ପକ୍ଷରୁ ଫାଇର ସେଫଟି ଉପରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମେଡିକାଲ ରେ ଅଗ୍ନିକାଣ୍ଡ ଘଟିଲେ କିଭଳି ରୋଗୀ ଙ୍କୁ ସୁରକ୍ଷିତ ଉଧାର ସହ କର୍ମଚାରୀ ମାନେ ନିଜେ ନିଜର ସୁରକ୍ଷା କରିପାରିବେ ସେନେଇ ମେଡ଼ିକାଲ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି ଅବସରରେ ମେଡିକାଲ ର ସମସ୍ତ କର୍ମଚାରୀ ଓ ବହୁ ଡାକ୍ତର ଉପସ୍ଥିତ ରହିଥିବା ବେଳେ ଆସିକା ଅଗ୍ନିଶମ ବାହିନୀ ର ଏସଓ କୈଳାଶ ଚନ୍ଦ୍ର ସାହୁ,ଏଲଏଫ ଏଫ ଅଶୋକ କୁମାର ବାରିକ, ଆନ୍ତୋଷ ନାଇକ ପ୍ରମୁଖ ଯୋଗଦେଇଥିଲେ