ଅନୁଗୋଳ: ଶାବଳଭଙ୍ଗା ଗ୍ରାମ ନିକଟ ଗଛ ଉପରୁ ଅଜଗର ସାପ ଉଦ୍ଧାର
Anugul, Angul | Nov 27, 2025 ଅନୁଗୋଳ ବ୍ଲକ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ନିକଟରେ ଗୋଟିଏ ଅଜଗର ସାପ ଗୁରୁବାର ଦିନ ଉଦ୍ଧାର ହୋଇଛି। ଗ୍ରାମ ନିକଟରେ ଗୋଟିଏ ଗଛ ଉପରେ ସାପ ଥିବା ଦେଖି ସ୍ଥାନୀୟ ଲୋକମାନେ ସର୍ପମିତ୍ରକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ସର୍ପମିତ୍ର ଓ ସାଥୀ ପହଞ୍ଚି ସାପଟିକୁ ଉଦ୍ଧାର କରିଥିବା ବେଳେ ଏନେଇ ଗ୍ରାମବାସୀଙ୍କ ଠାରୁ ଗୁରୁବାର ସନ୍ଧ୍ୟା ପାଞ୍ଚଟା ବେଳେ ସୂଚନା ମିଳିଛି।