ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କଲେ ଜୟ କିସାନ ଆନ୍ଦୋଳନର ଚାଷୀ ମାନେ, ଶୁଣନ୍ତୁ ପ୍ରତିକ୍ରିୟା
ଧାନ ବିକ୍ରି ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଜୟ କିସାନ ଆନ୍ଦୋଳନ | ମଙ୍ଗଳବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଗେଟକୁ ଧସେଇ ପଶିଲେ ଚାଷୀ | ବରଗଡ଼ ଜିଲ୍ଲାରେ ଧାନ କିଣା ବିକା ସମ୍ପୂର୍ଣ ଫେଲ ମାରିଛି | ଆସନ୍ତା କାଲି ଠାରୁ ଧନୁଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ପ୍ରଶାସନ ଚାଷୀଙ୍କ ସମସ୍ୟା ପ୍ରତି ଆଉ ଧ୍ୟାନ ଦେବ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି | ତେବେ ଜମି ତୁଳନାରେ ଟୋକନ ପରିମାଣ କମ ଆସିବା ସହ କଟନୀ ଛଟନୀ ଓ ଧାନ ଉଠୁ ନ ଥିବା ସମସ୍ୟା ଉପରେ ସରକାର ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି ।