କଳାହାଣ୍ଡି: କଳାହାଣ୍ଡି ମିନଗୁର ଗ୍ରାମରେ ପାଳିତ ହେଲା ଭାଇଜିଉନ୍ତିଆ ଓ ଜହ୍ନିଓଷା
Kalahandi, Kalahandi | Oct 20, 2026
କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ମିନଗୁର ଗ୍ରାମରେ ମା ମାଣିକେଶ୍ୱରୀଙ୍କ ପୀଠରେ ପାଳିତ ହୋଇଛି ଭାଇଜିଉନ୍ତିଆ ଓ ଜହ୍ନିଓଷା। କୁମାରୀ କନ୍ୟାମାନେ ଭାଇଙ୍କ ଦୀର୍ଘାୟୁ ପାଇଁ ମାଆଙ୍କ ନିକଟରେ ପୂଜା କରିଥିଲେ। ଏହି ଅବସରରେ ଗ୍ରାମରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା।