ରାୟଗଡା: ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି କି? ରାୟଗଡା ପୋଲିସ ଦେଲା ବଡ଼ ସତର୍କତା
ମୋବାଇଲରେ କ୍ଷତିକାରକ ଆପ୍ ଡାଉନଲୋଡ୍ କରିବା ବିପଦଜନକ। ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଏବଂ ଆର୍ଥିକ ଠକେଇର କାରଣ ହୋଇପାରେ ବୋଲି ରାୟଗଡା ପୋଲିସ ସତର୍କ କରାଇଛି। ଅଜଣା ଆପ୍ ଇନଷ୍ଟଲ କରିବା ପୂର୍ବରୁ ସାବଧାନ ରୁହନ୍ତୁ।