ତୁଣ୍ଡରାରେ ନୂତନ ରାସ୍ତା ଉଦ୍ଘାଟନ କଲେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
Baleshwar, Balasore | Oct 28, 2026
ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ତୁଣ୍ଡରା ଠାରେ ମା' ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରେ ନିର୍ମିତ ନୂତନ ରାସ୍ତାର ଉଦ୍ଘାଟନ କରିଛନ୍ତି। ଆଇ ଟି ଆର ରାସ୍ତା ଠାରୁ ବାତ୍ୟା ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ନିର୍ମିତ ଏହି ରାସ୍ତା ଦ୍ୱାରା ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ହେବେ।