ଜୟପୁରରେ ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା କୁଇନ୍ ଜ୍ୟୋତିର୍ମୟୀ ନାୟକ!
ନମସ୍କାର ଦର୍ଶକ ବନ୍ଧୁ,
ଜୟପୁର ସହରରେ ପହଞ୍ଚିଛନ୍ତି ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା କୁଇନ୍ ଜ୍ୟୋତିର୍ମୟୀ ନାୟକ। ଜୟପୁରର ରାଜା ନହର ସ୍ଥିତ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେବାକୁ ସେ ଏଠାକୁ ଆସିଛନ୍ତି।
ଆଜି ସନ୍ଧ୍ୟାରେ ନିଜର ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରି ଜୟପୁରର ଅଗଣିତ ଦର୍ଶକଙ୍କ ମନ ଜିଣିବେ ଜ୍ୟୋତିର୍ମୟୀ। ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ ଓ ଉଦ୍ଦୀପନା।
ତେବେ ଜ୍ୟୋତିର୍ମୟୀଙ୍କ ସୁମଧୁର ସଙ୍ଗୀତରେ ଆଜି ଝୁମିବ ଜୟପୁର ସହର। ଦୁର୍ଗା ପୂଜାର ଏହି ଉତ୍ସବମୁଖର ପରିବେଶରେ ସଙ୍ଗୀତର ଯାଦୁ ଦର୍ଶକଙ୍କୁ କେତେ ମତୁଆଲା କରୁଛି, ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା।