କୋଟିଆରେ ଆନ୍ଧ୍ର ନିର୍ବାଚନକୁ ବିରୋଧ, ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଲା ବିଜେଡି
କୋଟିଆରେ ନଭେମ୍ବର ୩ରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଆୟୋଜନ ଘୋଷଣାକୁ ନେଇ ସୀମା ବିବାଦ ତୀବ୍ର ହୋଇଛି। ଏହାକୁ ବିରୋଧ କରି ବିଜେଡିର ୧୬ ଜଣିଆ ଟିମ୍ କୋଟିଆ ଗସ୍ତ କରି ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଇଥିଲା। କୋଟିଆ ଓଡ଼ିଶାର ଥିଲା, ଅଛି ଓ ରହିବ ବୋଲି ଦଳ କହିଛି। ଅନ୍ୟପକ୍ଷରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ଗାଁ ଗାଁ ବୁଲି ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ନଜର ରହିଛି।