କୋଟିଆ ଗସ୍ତ କଲା ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ।
କୋଟିଆରେ ଆନ୍ଧ୍ରପ୍ରଦେଶର କଥିତ ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରି ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଛି। ଦଳ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଛି। ଏନେଇ ଏକ ବିସ୍ତୃତ ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ଓଡ଼ିଶାର ସୀମା ସୁରକ୍ଷା ଓ କୋଟିଆବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି।