କୋରାପୁଟ ସହର: କଫି ବୋର୍ଡ଼ରେ କଫି ବଗିଚା ବୁଲିବା ସହ ଅଧିକାରୀ ଓ ଚାଷୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ
କୋରାପୁଟ ସ୍ଥିତ କଫି ବୋର୍ଡର କଫି ବଗିଚା ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିନ ୧୧ ଟା ସମୟରେ କଫି ବଗିଚା ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥିବା ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ମଧ୍ୟ ପରିଣତ ହୋଇଛି । ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି।