ଧାମନଗର ଦର୍ଘା ବିବାଦକୁ ନେଇ ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ। ଦର୍ଘାର ପ୍ରଥମ ମତବଲ୍ଲୀ ମୌଲାନା ଅବଦୁଲ ଓହିଦଙ୍କ ପରିବାର ପକ୍ଷରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଦାବି।
ପରିବାର ଲୋକଙ୍କ ଦାବି ଅନୁଯାୟୀ, ଦର୍ଘା ହୁଜୁର ମଜାହିଦେ ମିଲ୍ଲତଙ୍କ ପ୍ରଥମ ଅଂଶୀଦାର ଭାବେ ମୁଜଫର ରହେମାନ ଓ ମଜିବୁର ରହେମାନଙ୍କ ସମ୍ପର୍କିତ ପ୍ରମାଣପତ୍ର ଓ କାଗଜପତ୍ରକୁ ନେଇ ସେମାନେ ଭଦ୍ରକ ଜିଲ୍ଲାପାଳ, ଏସ୍ପି ମନୋଜ ରାଉତ ଏବଂ ଧାମନଗର ଥାନା ଆଇଆଇସିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ପରେ ଧାମନଗର ଦର୍ଘା ବିବାଦକୁ ନେଇ ଚର୍ଚ୍ଚା ପୁଣି ଜୋର୍ ଧରିଛି। ଅଭିଯୋଗରେ ଉଠାଯାଇଥିବା ପ୍ରସଙ୍ଗର ସତ୍ୟତା କ’ଣ? କାଗଜପତ୍ରକୁ ନେଇ ଉଠିଥିବା ପ୍ରଶ୍ନର ସମାଧାନ କିପରି ହେବ?
ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।
ଏହି ଅଭିଯୋଗ ସମ୍ପର୍କରେ ପ୍ରଶାସନର ଆଧିକାରିକ ପ୍ରତିକ୍ରିୟା ମିଳିଲେ ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହୋଇପାରିବ!!
#StqMedia #news #bhadrak #Dhamnagar #Odisha #viralpost