ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଏବଂ ଦୈରାଜଜ। ଆଜି ଦିନ ୩ଟା ବେଳେ ଅଭିଯୁକ୍ତ ଅକ୍ଷୟ ଘୋଷକୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ୨ ଲକ୍ଷ ଟଙ୍କା ଅନାଦେୟ ଜୋରିମାନା ୨ ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି ବୋଲି ପବ୍ଲିକ ପ୍ରଶିକ୍ୟୁଟର ସୂଚନା ଦେଇଛନ୍ତି । ୨୦୨୨ ମସିହା ଜୁଲାଇ ୧୪ ତାରିଖରେ ରାମଚନ୍ଦ୍ରପୁର ଥାନା ଖଲଣା ଗାଁର ସୁନନ୍ଦ ସେଠୀ ବଜାରରୁ ନିଜ ଘରକୁ ଫେରୁଥିବା ବେଳେ ଅକ୍ଷୟ ଘୋଷ ଏବଂ ତାର କିଛି ସହଯୋଗୀ ସୁନନ୍ଦ ଙ୍କୁ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।