ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା: ରଘୁନାଥ ଜୀୟୁ ମନ୍ଦିରରେ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା
ବୌଦ୍ଧ/କଣ୍ଟାମାଲ୍:ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ହୋଇ ଜନସେବାରେ ସେବାରତ ଥିବା ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସଫଳତା କାମନା କରି ବୌଦ୍ଧ ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ବ୍ଲକର ରକ୍ସା ଗ୍ରାମ ସ୍ଥିତ ଶ୍ରୀ ରଘୁନାଥ ଜୀୟୁ ମନ୍ଦିରରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାମାଲ୍ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ନିଜର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରକ୍ସା ଗ୍ରାମର ପ୍ରସିଦ୍ଧ ରଘୁନାଥ ଜୀୟୁ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନ କାମନା କରିବା ସହ ଦେଶ ମାତୃକାର ସେବାରେ ତାଙ୍କର ଆଗାମୀ ଭବିଷ୍ୟତ ଅଧିକ ସଫଳତାପୂର୍ଣ୍ଣ ହେବା ପାଇଁ ମନ୍ଦିର ପ୍ରାଙ୍ଗଣରେ ଗଣ ଦୀପ ପ୍ରଜ୍ବଳନ କରାଯାଇଥିଲା। ବିଧାୟକ ଶ୍ରୀ ଡାଙ୍ଗଙ୍କ ସମେତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଭୁ ରଘୁନାଥଙ୍କ ନିକଟରେ ଭାବପୂର୍ଣ୍ଣ ପ୍ରାର୍ଥନା କରିଥିଲେ।
#BaudhNews #KantamalMLA #KanhaiCharanDanga #PMModi #NarendraModi #RaghunathJeeTemple #Raksa #OdishaNews