କୋରାପୁଟ ସହର: ପୁର୍ଣିମା ଉପଲକ୍ଷେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼, ପୋଲିସ ମୃତୟନ
ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ପୁର୍ଣିମା ଉପଲକ୍ଷେ ରାତି ୯ଟା ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରିବା ସହ ପୁଜାର୍ଚ୍ଚନା କରିଥିଲେ। ଶାନ୍ତି ଶୃଙ୍ଖଳା ଦର୍ଶନ ସକାଶେ କୋରାପୁଟ ପୋଲିସ ମୃତୟନ ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି। କୋରାପୁଟରେ ପର୍ଯ୍ୟଟକ ମାନଙ୍କ ଆଗମନ ହୋଇଥିବାରୁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି।