ଉତ୍ତରା ପୋଲିସ ଷ୍ଟେସନ: କମିଶନରେଟ ପୋଲିସ ପକ୍ଷରୁ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୋଲିସ କମିଶନର
କମିସନରେଟ ପୋଲିସ ପକ୍ଷରୁ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୋଲିସ କମିସନର | ଆଜି 12.45ରେ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ପୋଲିସ କମିସନର ସୁରେସ ଦେବଦତ୍ତ ସିଂ ଯୋଗଦେଇଥିଲେ | ଏହାସହ ଭୁବନେଶ୍ୱର ଡିସିପି ଜଗମୋହନ ମିନା ମଧ୍ୟ ଯୋଗଦେଇଥିଲେ | 100ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖା ଯାଇଛି | ପୂର୍ବରୁ ମଧ୍ୟ କମିସନରେଟ ଅନେକ ସାମଜିକ କାମ ହାତକୁ ନେଇଛି |