ବିହାରରେ ରେଳ ଧାରଣାରେ ରୀଲ୍ ପାଗଳାମୀ !
ଭିୟୁଜ୍ ଓ ଲାଇକ୍ସ ପାଇଁ ଜୀବନ ସହ ଖେଳୁଛନ୍ତି ଯୁବପିଢ଼ି।
ସୋସିଆଲ ମିଡିଆରେ କିଛି ଲାଇକ୍ସ ଏବଂ ଭ୍ୟୁଜ୍ ପାଇଁ ଆଜିକାଲି ଲୋକେ ନିଜ ଜୀବନ ସହ ଖେଳିବାକୁ ମଧ୍ୟ ପଛାଉ ନାହାଁନ୍ତି। ଏହାର ଏକ ଜ୍ୱଳନ୍ତ ଏବଂ ଭୟଙ୍କର ଉଦାହରଣ ଏବେ ବିହାରରୁ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ତଳେ ଉଛୁଳା ନଦୀ, ଆଉ ଉପରେ ବିପଜ୍ଜନକ ରେଳ ପୋଲ। ସେହି ରେଳ ପୋଲ ଉପରେ ଗୋଟିଏ ବାଇକ୍ରେ ଯାଉଛନ୍ତି ତିନି ଜଣ ଯୁବକ। ଉଦ୍ଦେଶ୍ୟ- ଇନଷ୍ଟାଗ୍ରାମ୍ ରୀଲ୍ (Reel) ବନାଇବା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ଟିକିଏ ଭାବନ୍ତୁ ତ, ଯଦି ସେହି ସମୟରେ ହଠାତ୍ କୌଣସି ଟ୍ରେନ୍ ଆସିଯାଇଥାନ୍ତା, ତେବେ ଅବସ୍ଥା କ'ଣ ହୋଇଥାନ୍ତା? ତିନି ଜଣଙ୍କର ଶବ ସିଧା ନଦୀରେ ପଡ଼ିଥାନ୍ତା ଆଉ ପରିବାର ଲୋକେ ଜୀବନ ସାରା କାନ୍ଦୁଥାନ୍ତେ। ଏହା କେବଳ ଏକ ମଜାକ ବା ଷ୍ଟଣ୍ଟ ନୁହେଁ, ବରଂ ରେଳବାଇର ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ଖୋଲା ଚ୍ୟାଲେଞ୍ଜ ଏବଂ ଶହ ଶହ ଲୋକଙ୍କୁ ଦୁର୍ଘଟଣା ପାଇଁ ନିମନ୍ତ୍ରଣ।
Source : Social Media
#BiharNews #RailwayTrackStunt #ViralVideo #DangerousStunt #ReelsMadness #SayNoToReelStunts #IndianRailways #SafetyFirst #LifeMatters #RPFIndia #OdiaNews #OdishaNews #NewsInOdia #TrendingOdia #OdishaTrending #ShockingVideo #InstagramReels #TrainSafety #bihar
#BiharNews
#BiharPolice
@followers