ନିଆଁ ଲାଗି ଜଳି ଗଲା ଫଳ ଦୋକାନ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ, ନିଆଁ କୁ ଆୟତ କଲା ଅଗ୍ନିଶମ ବାହିନୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବଡ଼ ବଜାର ଥିବା ଏକ ଫଳ ଦୋକାନରେ , ସୂଚନା ଅନୁଯାୟୀ ଆଜି ଦିନ ପାଖା ପାଖି ୨. ୩୦ ମିନିଟ ସମୟରେ ଜଳେଶ୍ୱର ବଡ଼ ସ୍ଥିତ ଗ୍ରୀନରେ ଠାରେ ଥିବା ଏକ ଅଳିଆରେ କୌଣସି କାରଣରୁ ହଠାତ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା ଏହି ନିଆଁ ଏତେ ଜୋରରେ ଉପରକୁ ଉଠିଥିଲା ଯେ ଉପରେ ଥିବା ଏକ ଫଳ ଦୋକାନର ତଳୁ ନିଆଁ ଲାଗି ଯାଇଥିଲା ନିମିଷକ ମଧ୍ୟରେ ଦୋକାନଟିରେ ନିଆଁ ବ୍ୟାପି ଯାଇ ଜଳିବାକୁ ଲାଗିଥିଲା। ଦୋକାନ ମଧ୍ୟରେ ଥିବା ଫାଇନାଲ ବୋତଲ ଗୁଡିକରେ ନିଆଁ ଲାଗି ଯିବାରୁ ବହୁ ଜୋରରେ ନିଆଁ ଜଳୁ ଥିବା ଦେଖିବା ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା। ତେବେ କେଉଁ କାରଣରେ ନିଆଁ ଲାଗିଛି ତାହା ଜଣା ପଡି ନ ଥିଲା ବେଳେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ତଦନ୍ତ ଜାରି ରଖିଛି।
#Jaleswar #Balasore #FireAccident #FruitShopFire #FireBrigade #FireRescue #PropertyDamage #BreakingNews #OdishaNews #CharchaTV #FireIncident #PoliceInvestigation #OdishaBreakingNews