ବୌଦ୍ଧରେ ଜିଲ୍ଲାସ୍ତରୀୟ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଚଳିତ ବର୍ଷ ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ଉତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର,
ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି , ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।