Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
usr30697911
Previous slide
Next slide
ଘର ଭିତରକୁ ପଶିଲା ଜଙ୍ଗଲି ଭାଲୁ ଜୀବନ ବଞ୍ଚେବା ପାଇଁ ଉପରକୁ ଚଢ଼ିଲେ ଲୋକେ
Baudh Sadar, Boudh (Bauda)
| Jun 20, 2026
MORE NEWS
ଘଣ୍ଟାପଡା ଥାନା ପକ୍ଷରୁ ଗଂଜେଇ ଜବତ ଘଟଣା ରେ ବୌଦ୍ଧ SP କଣ କହିଲେ ଶୁଣନ୍ତୁ
Baudh Sadar, Boudh (Bauda) | Jun 22, 2026
ଘଣ୍ଟାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଘଣ୍ଟାପଡା ପୋଲିସ ଟିମ୍ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏହି ସଫଳତା ସମ୍ପର୍କରେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ (SP) କୁଲଦିପ ମୀନା, ଏସଡିପିଓ (SDPO) ଲରେନ ରାଉତରାୟ ଏବଂ ସ୍ଥାନୀୟ ଆଇଆଇସି (IIC)। ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। #OdishaPolice #Ghantapada #DrugSeizure #GanjaSeizure #BoudhPolice #LawAndOrder #ActionAgainstDrugPeddling
Baudh Sadar, Boudh (Bauda) | Jun 22, 2026
ବୌଦ୍ଧ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ: ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ସେବା 🚌✨ ବୌଦ୍ଧ ଜିଲ୍ଲାର ନିଟ୍ (NEET UG) ପରୀକ୍ଷାର୍ଥୀମାନଙ୍କ ସୁବିଧା ଓ ନିରାପଦ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣା ପରିବହନ ସେବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ସବୁଜ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି। ସେବା ପାଇଥିବା ପରୀକ୍ଷାର୍ଥୀ: ମୋଟ ୨୭ ଜଣ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ଏହି ଶୁଭାରମ୍ଭ ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦୂରପଥରେ ଥିବା ପରୀକ୍ଷା କେନ୍ଦ୍ରକୁ ଯିବାରେ ପରୀକ୍ଷାର୍ଥୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ନିର୍ବିଘ୍ନରେ ପରୀକ୍ଷା ଦେଇପାରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ପ୍ରଶାସନର ଏହି ଜନହିତକର ପଦକ୍ଷେପକୁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ବେଶ୍ ସ୍ୱାଗତ କରିଛନ୍ତି। #Boudh #DistrictAdministration #NEETUG2026 #FreeTransport #StudentWelfare #OdishaGovernment #BoudhNews
Baudh Sadar, Boudh (Bauda) | Jun 22, 2026
ବୌଦ୍ଧରେ ବେଆଇନ ଗୋ-ଚାଲାଣ ବେଳେ ଚଢ଼ାଉ: ୩୭ ଗୋରୁ ଉଦ୍ଧାର, ୨ ଅଟକ ବୌଦ୍ଧ ଜିଲ୍ଲାରେ ବେଆଇନ ଗୋ-ଚାଲାଣ ଉପରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ (VHP) ପକ୍ଷରୁ ଏକ ବଡ଼ ଚଢ଼ାଉ କରାଯାଇଛି। ଚାଲାଣ କରାଯାଉଥିବା ୩୭ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଘଟଣାସ୍ଥଳରୁ ଗୋଟିଏ ବୁଲେଟ୍ ମୋଟରସାଇକେଲ ସହିତ ୨ ଜଣ ଗୋ-ଚାଲାଣକାରୀଙ୍କୁ ଅଟକ ରଖାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ଗୋରୁଙ୍କୁ ସ୍ଥାନୀୟ ଗୋଶାଳାକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି। ୩୭ ଗୋଟି ଗୋରୁ ଉଦ୍ଧାର ,୨ ଗୋ-ଚାଲାଣକାରୀ ଅଟକ, ୧ ବୁଲେଟ୍ ଜବତ ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପୋଲିସ ଉପସ୍ଥିତିରେ ଗୋରୁଙ୍କୁ ଗୋଶାଳା ପଠାଯିବ ବୋଲି ଜଣାପଡିଛି #BaudhNews #GauSeva #BajrangDal #VHP #OdishaNews #StopCattleSmuggling #Baudh Update
Baudh Sadar, Boudh (Bauda) | Jun 22, 2026
ଷ୍ଟେସନଗୁଡ଼ିକରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ରେଳ ବିଭାଗର କର୍ମଚାରୀ ଓ ଠିକାସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି — ସୁବାସ ଚୌଧୁରୀ, DRM, ସମ୍ବଲପୁର #OdishaRailway #KhurdaBalangir #TeisamaileStation #RailwayUpdate #Odisha
Baudh Sadar, Boudh (Bauda) | Jun 21, 2026