ବୀରମିତ୍ରପୁର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଝୁନମୁର ଠାରେ ଶ୍ରଦ୍ଧାର ସହ ପାଳିତ। ଏହି ଅବସରରେ ରକ୍ତଦାନ ଶିବିର, ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରସାଦ ସେବନ ଆୟୋଜିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଓଡ଼ିଶା ବିଧାନସଭା ର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ସୁନ୍ଦରଗଡ ଶୁଭଙ୍କର ମହାପାତ୍ର , ଡିଆଇଜି ୱେଷ୍ଟର୍ନ ରେଞ୍ଜ ବ୍ରିଜେଶ ରାୟ , ଡିଏଫଓ ରାଉରକେଲା ରବି ମୀନା , ଉପ-ଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଅତିରିକ୍ତ ଏସପି ସୁନ୍ଦରଗଡ଼ ନୂତନ ସାମଦ , ତହସିଲଦାର ବୀରମିତ୍ରପୁର ଗୌରୀ ନାୟିକ ,ତହସିଲଦାର କୁଆଁରମୁଣ୍ଡା , ଅତାରିକ ତହସିଲଦାର ବୀରମିତ୍ରପୁର ଚନ୍ଦନା ମହାପାତ୍ର , ବିଡିଓ ନୂଆଗାଁ ଜ୍ୟୋତି ବିକାଶ ଦାସ , ସବରେଜିଷ୍ଟ୍ରାର ବୀରମିତ୍ରପୁର ପଦ୍ମିନୀ ନାୟିକ , ବୀରମିତ୍ରପୁର SDPO ପୁଷ୍ପେନ୍ଦୁ ସାଗର, ଵିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସୋର ବିଧାୟକ ମାଧବ ଧଡ଼ା , ସିମଦିଏଗା ବିଧାୟକ ଭୂଷଣ ବଡ଼ା, କଲେବିରା ବିଧାୟକ ନମନ ବିକ୍ସଲ କୋଙ୍ଗାରି, ଯୁବ ଆଦିବାସି ନେତା ପ୍ରଦୀପ ମାଝି, ପୂର୍ବତନ ବିଧାୟକ ନିହାର ସୁରିନ,ହାଲୁ ମୁଣ୍ଡାରୀ , ବୀରମିତ୍ରପୁର ମୁନିସିପାଲିଟି ର ଅଧ୍ୟାକ୍ଷ ସନ୍ଦୀପ ମିଶ୍ର, ଉପାଧ୍ୟାକ୍ଷା ନିବେଦିତା ବାଗେ, କୁଆଁରମୁଣ୍ଡା ଜିଲା ପରିଷଦ ରାଜେନ୍ଦ୍ର କୁଜୁର, ନୂଆଗାଁ ବ୍ଲକ ଅଧ୍ୟାକ୍ଷ ବିଶ୍ୱାସୀ ଟୋପ୍ନ, ବିଭିନ୍ନ ଚୁର୍ଚ୍ଚ ର ଫାଂଥେର, ବିଭିନ୍ନ ଦଳର ନେତୃବୃନ୍ଦ ଶ୍ରମିକ ନେତୃବୃନ୍ଦ ଏବଂ ସାମାଜିକ ସାଂଗଠନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। |
ଶେଷରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ୍ ତିର୍କୀ ଏବଂ ତିର୍କୀ ପରିବାର ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ବିଧାୟକ ବୀରମିତ୍ରପୁର |