ବାରିପଦା ମ୍ୟୁନିସିପାଲଟି: ବାଘଡାରୋଡ ଠାରେ ବିଦ୍ୟୁତ ଚୋରିକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ
ବିଦ୍ୟୁତ ଖୁଣ୍ଟିରୁ ବେଆଇନ ଭାବେ ବିଦ୍ୟୁତ ଚୋରି କରିବାକୁ ବିରୋଧ କରିବାରୁ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ସ୍ଥାନୀୟ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗକ୍ରମେ ମାମଲା ରୁଜୁ କରଯାଇଛି। ସୂଚନା ଅନୁଯାୟୀ, ବାଘଡାରୋଡ ୱାର୍ଡ ନମ୍ବର ୧୯ର ନିବାସୀ ବିଷ୍ଣୁ ଦିଗାର ତାଙ୍କ ପୋଡ଼ଶୀ ବୃନ୍ଦାବନ ଦାସଙ୍କୁ ବିଦ୍ୟୁତ ଖୁଣ୍ଟିରୁ ବିଦ୍ୟୁତ ଚୋରୀବାକୁ ସୋମବାର ବିରୋଧ କରିଥିଲେ। ଏନେଇ ବୃନ୍ଦାବନ ଦାସ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଏଥିପରେ ସେ ପୁଣି ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ।