#କୋରାପୁଟରେ_ଜମିଛି_ଅରୁପା_ବାଣିଜ୍ୟ_ମେଳା
ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀରେ ସଜିଛି ପ୍ରାୟ ୫୦ଟି ଷ୍ଟଲ୍। ରଜ ପର୍ବକୁ ଆଗରେ ରଖି ବିଭିନ୍ନ ଜିଲ୍ଲାର କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆକର୍ଷଣୀୟ ଉତ୍ପାଦ ଏଠାରେ ପ୍ରଦର୍ଶିତ ହୋଇଛି।
ରଜ ବଜାର ପାଇଁ ନୂଆ ନୂଆ ସାମଗ୍ରୀ କିଣିବାକୁ ମେଳାରେ ଲୋକଙ୍କ ଭିଡ଼ ଲାଗି ରହିଛି। ହାତ ବୁଣା ଶାଢ଼ୀ, ଘର ସଜା ସାମଗ୍ରୀ, ପାରମ୍ପରିକ ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ପ୍ରତି ଦେଖାଯାଉଛି ବେଶ୍ ଆଗ୍ରହ।
ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହନ ଓ ସ୍ୱଦେଶୀ ଉତ୍ପାଦର ପ୍ରଚାର ପାଇଁ ଏହି ମେଳା ଏକ ବଡ଼ ମଞ୍ଚ ସୃଷ୍ଟି କରିଛି।
📍 ଆପଣ ଅରୁପା ବାଣିଜ୍ୟ ମେଳା ବୁଲି ଆସିଛନ୍ତି କି? ମେଳାର କେଉଁ ଷ୍ଟଲ୍ ଆପଣଙ୍କୁ ସବୁଠାରୁ ଅଧିକ ଭଲ ଲାଗିଲା? କମେଣ୍ଟରେ ଜଣାନ୍ତୁ।
#Koraput #ArupaBanijyaMela #RajaShopping #Handloom #Handicrafts #VocalForLocal #KoraputNews #OdishaNews