ସୁନ୍ଦରଗଡ ସହର: ବୀରମିତ୍ରପୁର ଡ଼ାଇରେକ୍ଟର ବଙ୍ଗଲୋରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକ୍ରମ ବେଳେ ବାଘୁଆ ମହୁମାଛି ଆକ୍ରମଣରେ କେତେକ କର୍ମୀ ଆହତ
ସୋମବାର ବୀରମିତ୍ରପୁର ଡ଼ାଇରେକ୍ଟର ବଙ୍ଗଲୋରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବାଘୁଆ ମହୁମାଛି ଆକ୍ରମଣରେ କେତେକ କର୍ମୀ ଆହତ ହୋଇଥିଲେ। ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଏହି ସମୟରେ ବହୁ ସଂଖ୍ୟାରେ ବାଘୁଆ ମହୁମାଛି ସମସ୍ତଙ୍କୁ ଆକ୍ରମଣ କରିବାରୁ କେତେକ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।