ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି | ସାଂସ୍କୃତିକ ଶୋଭାଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ସରି ସାରିଥିବା ବେଳେ ରାଜ ମହଲ ଓ ରଙ୍ଗ ମହଲ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି | ଏନେଇ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ସସ୍କୃତି ଭବନ ପରିସରରେ ପ୍ରତିକ୍ରିୟା ରଖିଲେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ | ଆସନ୍ତା ୨୪ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା | ତେବେ ଏନେଇ ସମସ୍ତ ରୋଡ଼ ରାସ୍ତା ପ୍ରଶସ୍ତିକରଣ ସହ ସହର ସୌନ୍ଦର୍ଯ୍ୟ କରଣ କରାଯାଉଛି ।