#Big_Breaking_News
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ।
୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ RWD ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ
। ରାୟଗଡ଼ାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ସରକାରୀ ବାବୁ। ଆରଡବ୍ଲ୍ୟୁଡି-୧ (RWD-I)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଗିରଫ ହୋଇଛନ୍ତି। ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ ଏବଂ ଅଭିଜ୍ଞତା ପ୍ରମାଣପତ୍ର ଦେବା ବଦଳରେ ସେ ଏହି ଲାଞ୍ଚ ନେଉଥିଲେ। ଗିରଫ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ଭୁବନେଶ୍ୱର, ରାୟଗଡ଼ା ଓ ନୟାଗଡ଼ ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ମୋଟ ୫.୩୯ ଲକ୍ଷ ନଗଦ ଟଙ୍କା, ଭୁବନେଶ୍ୱରରେ ଏକ ଆଲିଶାନ ୩ ମହଲା କୋଠା, ୧୧ଟି ଦାମୀ ଜମି ପ୍ଲଟ୍ ଏବଂ ‘ସ୍କୋଡା’ ଓ ‘XUV700’ ଭଳି ଦୁଇଟି ବିଳାସପୂର୍ଣ୍ଣ ଗାଡ଼ି ଠାବ ହୋଇଛି। ଏହାଛଡ଼ା ତାଙ୍କ ପତ୍ନୀଙ୍କ ନାମରେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଥିବା ମଧ୍ୟ ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ଯନ୍ତ୍ରୀଙ୍କୁ ଜୟପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ଏବଂ ଆୟବହିର୍ଭୂତ ସମ୍ପତ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଜୟପୁର ଭିଜିଲାନ୍ସ ଏସ୍ ପି ଏସ୍ ସୁଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।"