ବୋରିଗୁମ୍ମା ବ୍ଲକ ରଣସ ପୁର ପଞ୍ଚାୟତ ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଗୌତମ ସାମନ୍ତରାୟ ଯୋଗ ଦେଇ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପି ରେ ସାମିଲ ହୋଇଥିବା କର୍ମୀ ଙ୍କୁ ଦଳୀୟ ଉତରିୟ ଓ ପୁଷ୍ପମାଲ୍ୟ ପିନ୍ଧାଇ ନିଜ ଦଳ କୁ ସ୍ୱାଗତ କରିଥିଲେ।ରଣସ ପୁର,ଟିଙ୍ଗିରି ପୁଟ ଓ ବେଣା ଗାଁ ପଞ୍ଚାୟତ ର ପ୍ରାୟ ୫୦ଜଣ କର୍ମୀ ବିଜେପି ଦଳ ରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ରେ କୁମୁଲି ମଣ୍ଡଳ ର ସଭାପତି ସୁ ବିମଳ ଭଟ୍ଟ,ସମ୍ପାଦକ ଗୌରୀ ଶଙ୍କର ଦାଶ,ସୁଶାନ୍ତ ମିଶ୍ର ଜିଲା ଉପସଭାପତି ରାଜ ସିଂଙ୍ଗ ,ଜିଲା ST ମୋର୍ଚାର ଉପସଭାପତି ମଧୁ ହିଆଲ, ଜିଲା ଉପସଭାପତି ସଭ୍ୟସଚି ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ସେପଟେ ରଣସ ପୁର ପଞ୍ଚାୟତ ର ମଦନ ତନ୍ତୀ, ରବୀନ୍ଦ୍ର ବେହେରା ,ଦୁଲାଭ ବେହେରା ପ୍ରମୁଖ ନୂତନ କର୍ମୀ ଙ୍କୁ ସ୍ୱାଗତ କରିଥିଲେ।