ଆଜି ଫେବୃଆରି 18 ତାରିଖ ବୁଧବାର ପୂର୍ବାହ୍ନ 9 ଟା ପାଖାପାଖି ଘଟିଛି ଏହି ଦୁର୍ଘଟଣା। ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ଦୁର୍ଘଟଣା ।କୁଣ୍ଡୁକେଲା ପଟୁ ଭେଡ଼ା ବାହାଲ ଅଭିମୁଖେ ଆସୁଥିବା ପିକ ଅପ୍ ଭ୍ୟାନକୁ ପଛ ପଟୁ ଜୋରରେ ଧକ୍କା ଦେଇ ଥିଲା ଟ୍ରକ। ଏହି ଦୁର୍ଘଟଣାରେ ପିକଅପ୍ ଭ୍ୟାନ ଟି ଓଲଟି ପଡ଼ିବାରୁ ଚାଳକ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ L & T ରେସ୍କ୍ୟୁ ଟିମ ସମସ୍ତ ଗୁରୁତରଙ୍କୁ NTPC ମେଡି କାଲ କଲେଜ ଆଣ୍ଡ ହସପିଟାଲକୁ ପଠାଇବା ସହ ଭଷ୍ମା ପୋଲିସକୁ ଖବର ଦେଇଥିଲେ। ତେବେ ଟ୍ରକ ଚାଳକ ଟ୍ରକ ଛାଡି ଜଙ୍ଗଲ ମଧ୍ୟରେ ଫେରାର ହୋଇ ଯାଇଥିବା ଜଣା ପଡିଛି।