ରାୟଗଡ଼ାରେ ୫ମ ପୁନର୍ବାସ ବୈଠକ: ବିସ୍ଥାପିତଙ୍କ ଅଧିକାର ଓ ବିକାଶ ଉପରେ ଗୁରୁତ୍ୱ।
ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୫ମ ପୁନର୍ବାସ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିକାଶ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧି ଯୋଗ ଦେଇଥିଲେ।