#ମରିବି_ଅମର_ହୋଇ_ଗଲେ_ଯୋଗ୍ୟଶ୍ରୀ_ସାରଥୀ_ପଣ୍ଡା ।
#ନିଜର_ଅଙ୍ଗଦାନ_କରି_ଆଜି_ସେ_ସମାଜ_ପାଇଁ_ସୃଷ୍ଟି_କରିଛନ୍ତି_ଉଦାହରଣ !!
ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ,ସୁମିତ୍ରାଦେଇ ପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡା ଙ୍କ ପୁଅ, ଯିଏକି ବୈଶିଙ୍ଗା ଇଲେକ୍ଟ୍ରିକ ଡିଭିଜନ ର ୬ ବର୍ଷ ଧରି ଲାଇନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ଡିଉଟି କୁ ଯାଉଥିବାବେଳେ, ବାଇକରୁ ଭାରସାମ୍ୟ ହରାଇ ପଡିଯାଇଥିଲେ । ତେବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଶବ ସତ୍କାର କରିବା ପୂର୍ବରୁ ତାଙ୍କର ପରିବାର ବର୍ଗ ଙ୍କ ସହମତି କ୍ରମେ ତାଙ୍କର ଦୁଇଟି କିଡନୀ ଦାନ ଦାନ କରାଯାଇଥିଲା । ଯାହା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ , ଏଭଳି ମହତ ଓ ଜନ କଲ୍ୟାଣ କାର୍ଯ୍ୟ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଓ ନିଜ ଜନ୍ମ ମାଟିରେ ଶେଷ ସମ୍ମାନ ପୂର୍ବକ ଦୁଇ ଦୁଇ ଥର ଗାର୍ଡ ଅଫ ଅନର ଦେଇ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଯାହା ଚିର ଦିନ ପାଇଁ ତାଙ୍କୁ ଅମର ରଖିବ ।
#newsfeed #OrganDonation
#Mayurbhanj
#guardofhonour
Mahima TV
Basta, Balasore | Oct 18, 2026