#ଡାକ୍ତରୀ_ଛାତ୍ରଙ୍କୁ_ଦୁର୍ଗାପୂଜା_କମିଟି_ପକ୍ଷରୁ_ସମ୍ବର୍ଦ୍ଧନା ।
ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ପାଠ ପଢ଼ୁଥିବା ତିନି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବାଇତପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ପଞ୍ଚାୟତର ବାଇତପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଟ୍ ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଦିବେନ୍ଦୁ ବିକାଶ ମାହାନା, ଶୁଭ୍ରଜିତ୍ ମୁଖୀ ଓ ଶାୟାନା ମୁଖୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କମିଟିର ସଭାପତି ଗୌତମ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ସଭାପତି ମହାଦେବ ଦାସ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା, ସମିତି ସଭ୍ୟ ଅନାଦି ଦାସ, ସମାଜସେବୀ ଡ. ପ୍ରବୀଣ କୁମାର ଦାସମହାପାତ୍ର ଓ ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ କମିଟିର ସମସ୍ତ କର୍ମକର୍ତ୍ତା, ଶୁଭେଚ୍ଛୁ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ଏବଂ ସମାଜରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିବା ଦିଗରେ କମିଟିର ଏହି ମହତ୍ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।
#durgapuja #pujovibes
Mahima TV
Basta, Balasore | Oct 19, 2026