ଶୁକ୍ରବାର ଅପରାହ୍ନ ୩ ଘଣ୍ଟା ସମୟରେ ବରଗଡ଼ ବିଧାୟକଙ୍କ ଜନତା ଦରବାର ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ଗୋବିନ୍ଦପାଲି ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଜନତା ଦରବାର ଅନୁଷ୍ଠିତ ହୋଇଛି | ବରଗଡ଼ ସହର ତଥା ବ୍ଲକର ବହୁ ଜନସାଧାରଣ ମାନେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ନିଜ ଗୋଷ୍ଠୀ ଗତ ସମସ୍ୟା ତଥା ବ୍ୟକ୍ତିଗତ ସମସ୍ୟା ଜଣାଇଥିବା ବେଳେ ଆଗାମୀ ଦିନରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ।