ଗତ ଶନିବାର ରାତିରେ ସଢା ଦରଡାସାହି ସ୍ଥିତ ଶନିଶ୍ଚର ମନ୍ଦିରରୁ କେହି ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ଶନିଶ୍ଚରଙ୍କ ମନ୍ଦିରରୁ ରୁପା ମୁକୁଟ, ସୁନା ଅଳଙ୍କାର, ମନ୍ଦିର ପୂଜାରେ ବ୍ୟବହୃତ ପିତଳ ସାମଗ୍ରୀ ଆଦି ଲୁଟିନେବା ଘଟଣାରେ ସାଇଣ୍ଟିଫିକ ଟିମ ସହଯୋଗରେ ସୋସୋ ପୋଲିସ ତଦନ୍ତ କରୁଛି । ଆଜି ଦିନ ଗୋଟାଏ ବେଳେ କେନ୍ଦୁଝର ସାଇଣ୍ଟିଫିକ ଟିମ ଓ ସୋସୋ ଥାନା ପୁଲିସ ସଢାରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି।