👉 ବିଶ୍ୱ ପରିବେଶ ଦିବସ ଅବସରରେ କୋରାପୁଟ ଜିଲ୍ଲାର ମିଳିଗୁଡା ନିକଟସ୍ଥ ବାଙ୍ଗୁରୁଗୁଡ଼ା ଗ୍ରାମରେ ଆଦିବାସୀମାନେ ଏକତ୍ରିତ ହୋଇ ପରିବେଶ ସୁରକ୍ଷା ଓ ନିଜ ଅଧିକାର ରକ୍ଷା ପାଇଁ ଶପଥ ନେଇଛନ୍ତି। ଏହି ଅବସରରେ ଗ୍ରାମବାସୀମାନେ ଗ୍ରାମସଭାର କ୍ଷମତା ସୁଦୃଢ଼ କରିବା ସହ ପେସା (PESA) ଆଇନର ସଠିକ୍ କାର୍ଯ୍ୟକାରିତା ଦାବି କରିଛନ୍ତି।
ସେମାନେ କହିଛନ୍ତି ଯେ ଜଳ, ଜଙ୍ଗଲ ଓ ଜମି ଆଦିବାସୀ ଜୀବନ ଓ ସଂସ୍କୃତିର ମୂଳ ଆଧାର। ଏହାର ସୁରକ୍ଷା ପାଇଁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲେ ମଧ୍ୟ ସେମାନେ ପଛଘୁଞ୍ଚା ଦେବେ ନାହିଁ ବୋଲି ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି। ବିଶ୍ୱ ପରିବେଶ ଦିବସରେ ଏହି ଶପଥ କାର୍ଯ୍ୟକ୍ରମ ଅଞ୍ଚଳରେ ପରିବେଶ ସଚେତନତା ଓ ଆଦିବାସୀ ଅଧିକାର ପ୍ରତି ସଚେତନତାର ବାର୍ତ୍ତା ଦେଇଛି।
@highlight #follower #everyone
#PadampurTv
#Odisha
#Bargarh
#paikmal
#padampur
#jharbandh
#bargarhpolice
#odisharajaniti
#breakingnews
#OdishaNews #PoliticalControversy #GateCollapse #Bargarh #OdishaBreaking #viralnews #OdiaNews #LatestNews #Politics #BreakingUpdate
#bargarh #bargarhnews #bargarh
#dmbargarh
#CMOOdisha
#koraputdm
#koraputsp
Padmapur, Bargarh (Baragarh) | Jun 6, 2026