ଦେବଗଡ: ତିଲେଇବଣି ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଖେଳକୂଦ ସମୂହ ସାଧାରଣ ବୈଠକ ଅନୁଷ୍ଠିତ
ଦେବଗଡ଼ ଜିଲ୍ଲା ଶିକ୍ଷା କାର୍ୟ୍ୟାଳୟ ପକ୍ଷରୁ ତିଲେଇବଣି ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଚଳିତ ଶିକ୍ଷା ବର୍ଷର ବାର୍ଷିକ ଖେଳକୂଦ ସମୂହ ସାଧାରଣ ବୈଠକ ବୁଧବାର ଦିନ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା ଟେଟେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା, ତିଲେଇଵଣି ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ, ରିଆମାଳ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କାଲୋ ମଞ୍ଚାସୀନ ରହିଥିଲେ।