କଣ୍ଟାମାଳ ବ୍ଲକର ହାଇସ୍କୁଲ ପଡ଼ିଆରେ ଆୟୋଜିତ "ବିକାଶ ଧାରା ଓଡିଶା ସାରା" କାର୍ଯ୍ୟକ୍ରମର ସଫଳ ସମାପନ!
ଏହି ଭବ୍ୟ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କଣ୍ଟାମାଲ୍ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ।
ଏହି ଅବସରରେ ମାନ୍ୟବର ବିଧାୟକ ମହୋଦୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କଣ୍ଟାମାଳ ବ୍ଲକର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ସମଗ୍ର ଓଡ଼ିଶାରେ ବିକାଶର ଏହି ଧାରାକୁ ଆହୁରି ଆଗକୁ ନେବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ପ୍ରଶାସନର ଅଧିକାରୀ ଓ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
#ବିକାଶଧାରାଓଡ଼ିଶାସାରା #କଣ୍ଟାମାଳ #ବିକାଶ #KanhaiCharanDanga #Kantamal #Baudh #Odisha