ଅମ୍ବାଭୋନା: ଅମ୍ୱାଭୋନା ବ୍ଲକ ସଭାଗୃହ ଠାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ଯୋଗଦେଲେ ବରଗଡ ଜିଲ୍ଲପାଳ ଓ ଅନ୍ୟାନ୍ୟ ଅଧିକାରୀ
ବରଗଡ ଜିଲ୍ଲା ଅମ୍ୱାଭୋନା ବ୍ଲକ ସଭାଗୃହରେ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଆଜି 10 AM ରୁ 2:30 PM ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଜନ ଶୁଣାଣି ଶିବିର ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ ଲୁହା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ,ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଲଳିତ ବାଗ,ତହସିଲଦାର ରଘୁନାଥ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ