ସମ୍ବଲପୁର ମ୍ୟୁନିସିପାଲଟି: ବରଦାମାଧବ ହଲ ଦୁର୍ଗାପାଲି ଠାରେ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଆଜି ସେବା ସାମାଜିକ ସଂଗଠନ ଓ ରେଡ଼କ୍ରସ ସମ୍ବଲପୁର ତରଫରୁ ମିଳିତଭାବେ ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ବରଦାମାଧବ ହଲ ଦୁର୍ଗାପାଲି ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପହଲଗାମ ଠାରେ ପାକିସ୍ଥାନ ପ୍ରରୋଚନାରେ ଆତଙ୍କବାଦୀଙ୍କ ଆକ୍ରମଣର ଘୋର ନିନ୍ଦା କରାଯାଇଥାଲା।ଏହାସହ ଶୋକ ସନ୍ତପ୍ତ ପରିବାରଙ୍କ ଉଦ୍ଧେଶ୍ୟରେ ସମବେଦନା ଜ୍ଞାପନ କରାଯାଇ ନିରବ ପ୍ରାର୍ଥନା କରାଯିବା ସହ ଭାରତ ସରକାରକୁ ପାକିସ୍ତାନ ବିରୁଦ୍ଧରେ ସୈନ୍ୟ ଅପରେସନ କରି ପ୍ରତିଶୋଧ ନିଆଯାଉ ବୋଲି ଅନୁରୋଧ କରାଯାଇଥିଲା।