ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: 9ଲକ୍ଷ କୁ ବୃଦ୍ଧି ହେଲା ଆଇନଯିବିଙ୍କ ସହାୟତା ରାଶି, ନୟାପଲି ବାସ ଭଵନରେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା
ରାଜ୍ୟର ଆଇନଜୀବୀ ମାନଙ୍କ କଲ୍ୟାଣ ପାଈଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀଙ୍କ ଦେହାନ୍ତ କିମ୍ବା ଅବସରକାଳୀନ ସହାୟତା ରାଶିକୁ ଦୁଇ ଗୁଣା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ବାର୍ଷିକ ୫ କୋଟି ଥିବାବେଳେ ଆମ ସରକାର ଚଳିତ ବଜେଟରେ ଏହି ରାଶିକୁ ବୃଦ୍ଧି କରି ୧୦ କୋଟି କରିଛନ୍ତି। ଏହି ୧୦ କୋଟି ଅର୍ଥରାଶି ରାଜ୍ୟ ସରକାରଙ୍କ ତରଫରୁ ଓଡିଶା ଆଡ଼ଭୋକେଟ ୱେଲଫେୟାର ଟ୍ରଷ୍ଟ କୁ ପ୍ରଦାନ କରାଯାଇଛି।ଏଥିରେ ଆଇନଜୀବୀ ବନ୍ଧୁ ମାନେ ପୂର୍ବ ସହାୟତା ରାଶି ୪.୫ ଲକ୍ଷ ବଦଳରେ ଦୁଇଗୁଣା ରାଶି ଅର୍ଥାତ୍ ୯ ଲକ୍ଷ ଟଙ୍କା ସହାୟତା ରାଶି ପାଇବେ ।