ଟ୍ରେନ୍ ଧକ୍କା ରେ ଚାଲିଗଲା ଗୋଟେ ଦନ୍ତା ହାତୀର ଜୀବନ।
ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ବିଷମକଟକ ସେକ୍ସନ୍ ବୃନ୍ଦା ବାଡ଼ି ବାଇ ପାସ୍ ରେଳପଥର ନିକଟରେ, ଟ୍ରେନ୍ ଧକ୍କା ରେ ଚାଲିଗଲା ଗୋଟେ ଦନ୍ତା ହାତୀ ର ଜୀବନ।
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ରେଳ ଲାଇନ୍ କ୍ରସ୍ କରିବା ସମୟରେ ଟ୍ରେନ ଧକ୍କାରେ ହାତୀ ଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି। ଘଟଣା ସ୍ଥଳରେ ମୁନିଗୁଡା ବିଷମକଟକ କଲ୍ୟାଣସିଂହପୁର ବନ ବିଭାଗର କର୍ମ ଚାରି, ଆର୍ ପି ଏଫ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।
।