ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ବିଭ୍ରାଟ ଯୋଗୁଁ ଅନ୍ଧାରରେ ଚିକିତ୍ସା କଲେ ଡାକ୍ତର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ବିଭ୍ରାଟ ଯୋଗୁଁ ଅନ୍ଧାରରେ ଡାକ୍ତର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ କୌଣସି କାରଣରୁ ବିଜୁଳୀ ଚାଲି ଯିବାରୁ ଜରୁରୀ କାଳୀନ ବିଭାଗ ଡ଼ାକ୍ଟର କକ୍ଷରେ ପ୍ରାୟ ଅଧ ଘଣ୍ଟା ବିଜୁଳୀ ଆସି ନଥିଲା। ଯାହା ଫଳରେ ମୋବାଇଲ ଲାଇଟ୍ ମାଧ୍ୟମରେ ରୋଗୀ ଙ୍କୁ ଚିକିତ୍ସା କଲେ ଡାକ୍ତର । କେଉଁ କାରଣରୁ ଉକ୍ତ ଡାକ୍ତର ଙ୍କ କକ୍ଷରେ ବିଜୁଳୀ ବିଭ୍ରାଟ ହେଲା ତାହା ସ୍ପଷ୍ଟ ହୋଇ ପାରୁ ନଥିବା ବେଳେ ଚିକିତ୍ସା